ଗାଈ ମୃତ୍ୟୁକୁ ନେଇ ରାସ୍ତାରୋକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଦାନ୍ତ ରାସ୍ତା ସୁନାରୀ ମୁଣ୍ଡା ଗ୍ରାମ ନିକଟରେ ଏକ ଟ୍ରକ୍‌ ଗୋଟିଏ ଗାଈକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଗାଈର ମୃତ୍ୟୁ ହୋଇଛି । ଘଟଣାସ୍ଥଳକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପହଞ୍ଚି ରାସ୍ତା ରୋକ କରି ଆନ୍ଦୋଳନ କରିଥିଲେ। ଘଟଣାସ୍ଥଳରେ ଝାରସୁଗୁଡ଼ା ଟାଉନ ଥାନା ଆଇଆଇସି ସାବିତ୍ରୀ ବଳ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ଗାଈର ଉଚିତ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଗାଈ ଗୋରୁଙ୍କ ସୁରକ୍ଷା ପାଇଁ ଟ୍ରକଚାଳକମାନଙ୍କୁ ଧୀରେ ଗାଡ଼ି ଚଳାଇବା ପାଇଁ ତଗିତ କରିଥିଲେ। ପରେ ବଜରଙ୍ଗ ଦଳ କର୍ମୀ ଓ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦରକର୍ମୀମାନେ ରାସ୍ତାରୋକରୁ ଓହରିଥଲେ ।