କୋଭିସିଲ୍ଡ ଟିକା କ୍ଲିନିକାଲ ଟ୍ରାଏଲ ବେଳେ ଆଖି ବୁଜିଲେ ଡାକ୍ତର

ନୂଆଦିଲ୍ଲୀ, ଏଜେନ୍ସି: କୋଭିସିଲ୍ଡ ଟିକାର କ୍ଲିନିକାଲ ଟ୍ରାଏଲ ବେଳେ ବ୍ରାଜିଲର ଜଣେ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବ୍ରାଜିଲରେ ବିଭିନ୍ନ ଟିକାର ଟ୍ରାଏଲ ତଦାରଖ କରୁଥିବା ନ୍ୟାସନାଲ ହେଲ୍ଥ ସର୍ଭେଲାନ୍ସ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି। ସୂଚନାଯୋଗ୍ୟ,
ମୃତ ସ୍ୱେଚ୍ଛାସେବୀଜଣଙ୍କୁ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକା ଦିଆଯାଇଥିଲା। ତାଙ୍କ ବୟସ ୨୮ବର୍ଷ ଓ ସେ ପେଷାରେ ଜଣେ ଡାକ୍ତର ବୋଲି ଜଣାଯାଇଛି। ରିଓ ଡି ଜେନେରିଓସ୍ଥିତ କୋଭିଡ୍ ହସ୍ପିଟାଲରେ ସେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ। କୋଭିସିଲ୍ଡ ଟିକାର କ୍ଲିନିକାଲ ଟ୍ରାଏଲ ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଟ୍ରାଏଲ ଜାରି ରହିବ ବୋଲି ବ୍ରାଜିଲ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁର କାରଣ ଜାଣିବାକୁ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରିବ ।