୧୦୦ ଟାଙ୍କା କମିଲା କୋଭିସିଲ୍ଡ ଦର

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର। କୋଭିସିଲ୍ଡ ଟିକା ଦର ହ୍ରାସ କଲା ସିରମ ଇନଷ୍ଟିଚ୍ୟୁଟ୍। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୧୦୦ ଟଙ୍କା ହ୍ରାସ ହୋଇଛି। ପୂର୍ବରୁ ଏହି ଦର ୪୦୦ ଟଙ୍କା ଥିଲା। ଦର ହ୍ରାସ ନେଇ ବୁଧବାର ସୂଚନା ଦେଇଛନ୍ତି ସିରମ ସିଇଓ ଆଦର ପୁନାୱାଲା। ଅଦାର ପୁନାୱାଲା ଟ୍ୱିଟ୍ କରି କହିଛନ୍ତି, ସିରମ ପକ୍ଷରୁ ଏକ ପରୋପକାରୀ ପଦକ୍ଷେପ ଉଠାଯାଇ ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡ ଦର ହ୍ରାସ କରୁଛୁ। ଭ୍ୟାକ୍ସିନ ମୂଲ୍ୟ ହ୍ରାସ କରାଯାଇ ୪୦୦ ଟଙ୍କାରୁ ୩୦୦ ଟଙ୍କା କରାଯାଇଛି।