ଦିଲ୍ଲୀ ପହଞ୍ଚିଲା ‘କୋଭିସିଲ୍ଡ’ର ପ୍ରଥମ ବ୍ୟାଚ୍

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ ‘କୋଭିସିଲ୍ଡ’ର ପ୍ରଥମ ବ୍ୟାଚ୍ ଦିଲ୍ଲୀ ପହଞ୍ଚିଯାଇଛି। ଏହି ଭ୍ୟାକ୍ସିନକୁ ରାଜୀବ ଗାନ୍ଧୀ ହସ୍ପିଟାଲରେ ଷ୍ଟୋରେଜ କରାଯିବ। ପୁନେର ସିରମ ଇନଷ୍ଟିଚ୍ୟୁଟରୁ ସକାଳ ପ୍ରାୟ ୪.୩୦ରେ ୩ଟି ଟ୍ରକ ଯୋଗେ ଭ୍ୟାକ୍ସିନ ପଠାଯାଇଥିଲା। ମହାରାଷ୍ଟ୍ର ସରକାରଙ୍କ କଡ଼ା ସୁରକ୍ଷା ମଧ୍ୟରେ ଭ୍ୟାକ୍ସିନ ଟ୍ରକ ଦିଲ୍ଲୀ ପହଞ୍ଚିଛି।

ସୂଚନାଯୋଗ୍ୟ, ସରକାର ସିରମ ଇନଷ୍ଟ୍ୟୁଟକୁ ୧.୧ କୋଟି ଭ୍ୟାକ୍ସିନର ଅର୍ଡର ଦେଇଥିଲେ। ଅର୍ଡରର ୨୪ ଘଣ୍ଟା ମଧ୍ୟରେ ସିରମ ଇନଷ୍ଟିଚ୍ୟୁଟ ଦେଶ ପାଇଁ ଭ୍ୟାକ୍ସିନ ଉପଲବ୍ଧ କରାଇ ଦେଇଛି। ଆଉ ଏବେ ଏହି ଭ୍ୟାକ୍ସିନ ଖୁବଶୀଘ୍ର ସାଧାରଣ ଲୋକଙ୍କଠାରେ ଉପଲବ୍ଧ ହେବ।