‘କୋଭିସିଲ୍ଡ’ ଟିକାର ଧାର୍ଯ୍ୟ ହେଲା ଦର

ନୂଆଦିଲ୍ଲୀ: ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କେନ୍ଦ୍ର, ରାଜ୍ୟ ଓ ଘରୋଇ ହସ୍ପିଟାଲ ଲାଗି ‘କୋଭିସିଲ୍ଡ’ ଟିକାର ଦର ଧାର୍ଯ୍ୟ କରିଛି। କମ୍ପାନୀ ଅନୁସାରେ, କେନ୍ଦ୍ର ପ୍ରତି ଡୋଜକୁ ୧୫୦ ଟଙ୍କା ଓ ରାଜ୍ୟ ୪୦୦ ଟଙ୍କାରେ କିଣିବ। ଅନ୍ୟପଟେ ସରକାରୀ ହସ୍ପିଟାଲରେ ୪୦୦ ଓ ଘରୋଇ ହସ୍ପିଟାଲରେ ୬୦୦ ଟଙ୍କାରେ ଗୋଟିଏ ଡୋଜ ମିଳିବ ବୋଲି ଜଣାପଡ଼ିଛି। କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ୪ରୁ ୬ ସପ୍ତାହର ଅନ୍ତରାଳ ରହିବ।

ସୂଚନାଯୋଗ୍ୟ, ମେ’ ୧ ତାରିଖରୁ ୧୮ରୁ ୪୫ ବର୍ଷ ମଧ୍ୟରେ ସମସ୍ତେ ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସରକାର ଟିକାକରଣ ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ନେଇ ଅନୁମତି ପ୍ରଦାନ କରିଛନ୍ତି। ସେଥିପାଇଁ ଏବେ ଏହାର ଦରଦାମ ନେଇ ଘୋଷଣା କରାଯାଇଛି।