ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ୧୫ ଦିନିଆ ଲକଡାଉନ ଜାରି କରାଯାଇଥିବା ବେଳେ କଡାକଡି ଭାବେ ଯାଞ୍ଚ କରାଯାଉଛି। କୋଭିଡ ଅବା ଲକଡାଉନ ନିମୟ ପାଳନ କରୁ ନ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବା ବେଳେ ଆବଶ୍ୟକ ସ୍ଥଳେ ଗିରଫ ମଧ୍ୟ କରାଯାଉଛି। ଏନେଇ ସୂଚନା ଦେଇ ଡିଜିପି ଶ୍ରୀ ଅଭୟ କହିଛନ୍ତି ଏପ୍ରିଲ ମାସ ଆରମ୍ଭରୁ ୩୫ ଦିନ ମଧ୍ୟରେ ରାଜ୍ୟରେ କୋଭିଡ ନିୟମ ଉଲଙ୍ଘନକାରୀଙ୍କ ଠାରୁ ୧୫ କୋଟିରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଛିି। ମାସ୍କ ନ ପିନ୍ଧିବା ଅଭିଯୋଗରେ ମୋଟ ୬ ଲକ୍ଷ ୩୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି ଟ୍ରାଫିକ୍ ନିୟମ ଅବହେଳା ଅବା ଲକଡାଉନ, ସଟଡାଉନ ନିୟମର ପାଳନ ନ କରିବା ଅଭିଯୋଗରେ ୮ କୋଟି ୨୯ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି। ନିୟମ ଅବହେଳା ଯୋଗୁ ୨୧,୪୦୬ ବାଇକ ଜବତ କରାଯାଇଥିବା ବେଳେ ୫୫୩ ଜଣଙ୍କୁ ଗିରଫ କରାଯାଇଛି ବୋଲି ଡିଜିପି ସୂଚନା ଦେଇଛନ୍ତିି।