ରାଜ୍ୟରେ ଦ୍ରୁତଗତିରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୧୦୩୨ କୋଭିଡ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗଷ୍ଟ ଆଣିଦେଇଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଦ୍ରୁତଗତିରେ ସଂକ୍ରମଣ ପାରା ଖସୁଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୫୯୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ ୪୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଏହି ସଂକ୍ରମିତମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁରୁ ୪୮, ବାଲେଶ୍ୱରରୁ ୩୬, ବରଗଡ଼ରୁ ୮, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, କଟକରୁ ୧୫୪, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୮, ଜଗତସିଂହପୁରରୁ ୮୨, ଯାଜପୁରରୁ ୪୩, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ୨୩୭, କୋରାପୁଟରୁ ୯, ମାଲାକାନଗିରିରୁ ୬, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୩୦, ନୂଆପଡ଼ାରୁ ଜଣେ, ପୁରୀରୁ ୮୨, ରାୟଗଡ଼ାରୁ ୮, ସମ୍ବଲପୁରରୁ ୧୯, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୨୩ ଏବଂ ଷ୍ଟେଟ ପୁଲ୍‌ରୁ ୫୦ଜଣ ରହିଛନ୍ତି।

ଏଥିସହ ରାଜ୍ୟରେ ବର୍ତ୍ତମାନ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭ରେ ପହଞ୍ଚିଛି। ଏଥି ମଧ୍ୟରୁ ୧୫ ହଜାର ୦୫୦ଟି ଆକ୍ଟିଭ୍‌ ମାମଲା ରହିଥିବା ବେଳେ ୯ ଲକ୍ଷ ୫୮ ହଜାର ୬୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।