କୋରାପୁଟର ୩ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟିକାର ଡ୍ରାଏ ରନ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାର ୩ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟିକା କରଣର ମହା ଅଭ୍ୟାସ ଡ୍ରାଏ ରନ କାର୍ଯ୍ୟକ୍ରମ ହୋଇଯାଇଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଜୟପୁର ଓ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରାଏ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତି କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମୀଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।