ଟିକା ଆସିଲା ୧୫୦ , ନେବାକୁ ୧୫୦୦ ଲୋକଙ୍କ ଭିଡ଼

ନିଶ୍ଚିନ୍ତକୋଇଲି, ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ରକେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ଟିକାକରଣ କେନ୍ଦ୍ରକୁ ବିଗତ ୬ଦିନ ହେବ ଟିକା ଆସିନଥିବାରୁ ଏହା ବନ୍ଦ ହୋଇ ରହିଛି। ଆଜି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମାତ୍ର ୧୫୦ ଜଣ ଲୋକ ନେବାପାଇଁ ୧୫୦ ଡୋଜ ଟିକା ଆସିଥିଲା। ଖବର ପାଇ ୧୫୦୦ରୁ ଊଦ୍ଧ୍ୱର୍ ଲୋକ ଟିକା ନେବା ନିମନ୍ତେ ଭିଡ କରି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭିଷଣ ଖରାରେ ଠିଆ ହୋଇ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫୦ ଟିକା ଦିଆଯାଇଥିବା ବେଳେ ଏହି ଟିକାକୁ କେଉଁମାନେ ନେବେ ତାର ଏକ ନୂତନ ନିୟମ ମଧ୍ୟ ପ୍ରଣୟନ କରିଥିଲେ। ଯେଉଁମାନେ ପ୍ରଥମ ଡୋଜ ଟିକା ନେବାକୁ ଆସିଥିଲେ ସେମାନଙ୍କୁ ଏହି ଟିକା ଦିଆଯାଇନଥିବା ବେଳେ ଯେଉଁମାନଙ୍କର ବୟସ ୬୦ରୁ ଊଦ୍ଧ୍ୱର୍ ହୋଇଥିବ ଏବଂ ପ୍ରଥମ ଡୋଜ ଟିକା ନେବାର ବ୍ୟବଧାନ ର ଅବଧି ୫୦ ଦିନରୁ ଊଦ୍ଧ୍ୱର୍ ହୋଇଥିବ କେବଳ ସେହିମାନଙ୍କୁ ହିଁ ଏହି ଟିକା ଦିଆଯାଇଥିବା ଜଣାଯାଇଛି।