ମହାରାଷ୍ଟ୍ରରେ ନାବାଳକ ଏବଂ ଗର୍ଭବତୀଙ୍କୁ ମିଳିବନି କୋଭିଡ୍ ଟିକା

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ବୁଧବାର ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଅଠରବର୍ଷକୁ କମ୍ ପିଲାଙ୍କୁ ଏବଂ ଗର୍ଭବତୀ ମହିଳାଙ୍କୁ କୋଭିଡ୍ ଟିକା ଦିଆଯିବ ନାହିଁ। କେନ୍ଦ୍ର ସରକାରଙ୍କ ପ୍ରୋଟୋକଲ୍ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି। ଚୟନ କରାଯାଇଥିବା ଲୋକଙ୍କୁ ଦୁଇଟି ପର୍ଯ୍ୟାୟରେ କୋଭିଡ୍ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟ ଟିକା ଦେବାର ୪-୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏସଆଇଆଇ), ପୁନେ ଦ୍ୱାରା ପ୍ରସ୍ତୁତ ହୋଇଥିବା ୧୭ଲକ୍ଷ ୫୦ହଜାର କୋଭିସିଲ୍ଡ ଡୋଜ୍ ମଧ୍ୟରୁ ମହାରାଷ୍ଟ୍ରକୁ ୯ଲକ୍ଷ ୬୩ହଜାର ଡୋଜ୍ ମିଳିଛି। ଯାହାକି ସମ୍ପୂର୍ଣ୍ଣ ଦେଶକୁ ମିଳିଥିବା କୋଭିସିଲ୍ଡ ଡୋଜର ୫୫ ପ୍ରତିଶତ।