୪୦୦ ଟଙ୍କାରେ ଆରଟି-ପିସିଆର ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ୪୦୦ଟଙ୍କାରେ କୋଭିଡ୍-୧୯ ଆର୍ଟି-ପିସିଆର ଟେଷ୍ଟ କରିହେବ। କରୋନା ପରୀକ୍ଷା କରିବାକୁ ଘରୋଇ ଲାବୋରେଟୋରୀଗୁଡ଼ିକ ଏଣିକି ୪୦୦ ଟଙ୍କା ନେବେ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, କୋଭିଡ୍-୧୯ ଆରଟିପିସିଆର୍ ଟେଷ୍ଟ ପାଇଁ ଘରୋଇ ଲାବୋରେଟୋରୀଗୁଡ଼ିକ ସର୍ବାଧିକ ୪୦୦ ଟଙ୍କା ନେଇପାରିବେ। ଏହା ଠାରୁ ଅଧିକ ଟଙ୍କା କେହି ନେଇପାରିବେନି। ଏହି ୪୦୦ ଟଙ୍କା ମଧ୍ୟରେ ଜିଏସଟି ମଧ୍ୟ ଅନ୍ତର୍ଭୁକ୍ତ ରହିବ। ପୂର୍ବରୁ ଏନେଇ ଜାରି ହୋଇଥିବା ବିଜ୍ଞପ୍ତିକୁ ସରକାର ବାତିଲ୍ କରିଛନ୍ତି। ଘରୋଇ ଲାବୋରେଟେରୀଗୁଡ଼ିକ ପକ୍ଷରୁ କରାଯାଉଥିବା ଟେଷ୍ଟ ଭୁବନେଶ୍ୱରର ଆରଏମଆରସି ତତ୍ତ୍ୱାବଧାନରେ ହେବ। ଆରଏମଆରସି ଗାଇଡଲାଇନ୍ ଅନୁସାରେ ଟେଷ୍ଟ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।