ରାକ୍ଷୀ ବଜାରରେ କୋଭିଡ କଟକଣା ନିୟମର ଖୋଲା ଖୋଲି ଉଲ୍ଲଂଘନ

କୋରାପୁଟ,ଏନ୍ଏନ୍ଏସ୍: ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହେତୁ ଗତ ଶୁକ୍ରବାର ଓ ଶନିବାର କୋରାପୁଟ ଜିଲ୍ଲା ସଟଡାଉନ୍ ରହିବା ପରେ ଆଜି ଦୋକାନ ବଜାର ଖୋଲିଛି। ମାତ୍ର ଆସନ୍ତା ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଆଜି କୋରାପୁଟ ସହର ଜନ ସମୁଦ୍ର ପାଲଟି ଯାଇଥିବା ଦେଖିବାକୁ ମିଳିଛି। ଗାଁଠାରୁ ଆରମ୍ଭ କରି ସହର ଯାଏ ସମସ୍ତେ ରାକ୍ଷୀ ଓ ମିଠା କିଣିବାକୁ ଘରୁ ପଦାକୁ ଆସିଛନ୍ତି। ଏହି ସମୟରେ କୋଭିଡ କଟକଣାର ଖୋଲା ଖୋଲି ଉଲ୍ଲଂଘନ ହେଉଥିବା ଦେଖାଯାଇଛି।

ଜିଲ୍ଲା ପ୍ରଶାସନର ଏତେ ସଚେତନତା ପରେ ମଧ୍ୟ ଲୋକେ କୋଭିଡ ଗାଇଡଲାଇନର ଅବମାନନା କରି ନିଜେ ନିଜ ପାଇଁ ବିପଦ ସୃଷ୍ଟି କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଆଜିର ଏହି ଗହଳି ଯୋଗୁଁ ଆଗାମୀ ଦିନରେ କୋରାପୁଟ ଜିଲ୍ଲାରୁ ଆହୁରି ଅଧିକ ମାତ୍ରାରେ କରୋନା ସଂକ୍ରମିତ ବାହାରିବେ ବୋଲି କୁହାଯାଇଛି।