ଜିଲ୍ଲାରେ କରୋନା ପରିଚାଳନାର ସମୀକ୍ଷା କଲେ ପର୍ଯ୍ୟବେକ୍ଷକ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଗସ୍ତରେ ଆସିଥିବା କୋଭିଡ ପର୍ଯ୍ୟବେକ୍ଷକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଜିଲ୍ଲାରେ କୋଭିଡ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଉପଯୁକ୍ତ ପରିଚାଳନା ପାଇଁ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।  ଶ୍ରୀ ସେଠୀ ଏବଂ ଅନ୍ୟତମ ପର୍ଯ୍ୟବେକ୍ଷକ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ  ଜିଲ୍ଲାରେ କରୋନାର ସ୍ଥିତି ଏବଂ ତା’ ଉପରେ ପ୍ରଶାନିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପର୍ଯ୍ୟବେକ୍ଷକ ଦ୍ୱୟଙ୍କୁ ଜିଲ୍ଲାରେ କରୋନା ନିୟନ୍ତ୍ରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ପଦକ୍ଷେପ ଉପରେ ଅବଗତ କରାଯାଇଥିଲା।