କୋଭିଡ ସଚେତନତା ରଥର ଶୁଭାରମ୍ଭ

ବରଗଡ଼,ଏନ୍ଏନ୍ଏସ୍: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବରଗଡ଼ ଜିଲ୍ଲାରେ କୋଭିଡ଼ ସମ୍ପର୍କିତ ସଚେତନା ଅଭିଯାନ ଆରମ୍ଭ ହୋଇଛି। ବରଗଡ଼ ଗାନ୍ଧିଛକଠାରେ ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ କୋଭିଡ଼ ପ୍ରଚାର ରଥକୁ ଉଦଘାଟନ କରିଛନ୍ତି। ସହାୟକ ନିର୍ଦ୍ଦେଶକ ରାମେଶ୍ୱର ନାଏକଙ୍କ ତତ୍ତ୍ୱାବଧାନରେ ଏହି ପ୍ରଚାର ରଥ ବରଗଡ଼ ଜିଲ୍ଲାର ୧୨ ଟି ବ୍ଲକର ବିଭିନ୍ନ ଅଞ୍ଚଳକୁ ୨୦ ଦିନ ପର୍ଯ୍ୟନ୍ତ ବୁଲି ଜନସଚେତନତା ସୃଷ୍ଟି କରିବ।