ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧,୮୨୧ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କୋଭିଡ ସଂକ୍ରମିତଙ୍କଠୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଆଉ ୧୧ ହଜାର ୮୨୧ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୯୨୧ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୯୬ ଜଣ, କଟକରୁ ୧୦୫୨ ଜଣ, କଳାହାଣ୍ଡିରୁ ୫୭୫ ଜଣ, ଅନୁଗୁଳରୁ ୫୬୨ ଜଣ, ସମ୍ବଲପୁରରୁ ୫୩୩ ଜଣ, ବରଗଡ଼ରୁ ୪୫୭ ଜଣ, ଝାରସୁଗୁଡ଼ାରୁ ୪୪୨ ଜଣ, ପୁରୀରୁ ୪୩୩ ଜଣ, ବଲାଙ୍ଗିରରୁ ୩୧୮ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ନବରଙ୍ଗପୁରରୁ ୩୧୬, କେନ୍ଦୁଝରରୁ ୩୧୫, ବୌଦ୍ଧରୁ ୨୭୮, ବାଲେଶ୍ୱରରୁ ୨୬୦, ଯାଜପୁରରୁ ୨୩୭, ଗଞ୍ଜାମରୁ ୨୩୩, ନୂଆପଡ଼ାରୁ ୨୨୯, କେନ୍ଦ୍ରାପଡ଼ାରୁ ୨୦୩, ଦେବଗଡ଼ରୁ ୧୯୯, ମୟୂରଭଞ୍ଜରୁ ୧୭୯, ନୟାଗଡ଼ରୁ ୧୭୪, ଜଗତସିଂହପୁରରୁ ୧୪୨, ରାୟଗଡ଼ାରୁ ୧୩୭, ସୋନପୁରରୁ ୧୩୪, ଢ଼େଙ୍କାନାଳରୁ ୧୨୯, ଗଜପତିରୁ ୧୨୦, କୋରାପୁଟରୁ ୧୨୦, କନ୍ଧମାଳରୁ ୮୫, ଭଦ୍ରକରୁ ୮୩, ମାଲକାନଗିରିରୁ ୫୮ ଓ ଷ୍ଟେଟ ପୁଲରୁ ୩୦୧ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩ରେ ପହଞ୍ଚିଛି।