ଦେବଗଡ଼ରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କଲେ ବିଧାୟକ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଭୟଭୀତ ଥିବାବେଳେ ଏହି ମହାମାରିରୁ ଦେଶବାସୀଙ୍କୁ ରକ୍ଷା ପାଇଁ ସ୍ୱତନ୍ତ୍ର ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି।

 ତେବେ ରାଜ୍ୟର କଟକ, ଭୁବନେଶ୍ୱର ଭଳି ସ୍ଥାନରେ କରୋନା ଚିକିତ୍ସା ପାଇଁ ଅତ୍ୟାଧୁନିକ ସୁବିଧା କରାଯାଇଥିବା ବେଳେ ଦେବଗଡ଼ ଭଳି ଅଞ୍ଚଳରୁ ଏହାର ଦୂରତ୍ୱ ଖୁବ ଅଧିକ ହେଉଥବା କାରଣରୁ ଜନସାଧାରଣଙ୍କ ସୁବିଧା ପାଇଁ ଦେବଗଡ଼ ଜିଲ୍ଲା ରେ ୨୫୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା ସୂଚନା ଦେଇଛନ୍ତି।

ଏହି ପତ୍ରରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଭେଣ୍ଟିଲେଟର, ଅତ୍ୟାଧୁନିକ ପରୀକ୍ଷଣ ଯନ୍ତ୍ର, ସହ ସମସ୍ତ ଆନୁସଙ୍ଗିକ ସୁବିଧା ଯୁକ୍ତ ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠାର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରି ଏହାର ପ୍ରତିଷ୍ଠା ଦାବି କରିଥିବା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି l