କୋଭିଡ଼ ସେଣ୍ଟର ବୁଲିଲେ ଜିଲ୍ଲାପାଳ

ଆଳି,ଏନ୍ଏନ୍ଏସ୍ : ମେ’ ୩ ତାରିଖ ଲାକଡାଉନ ଅବଧି ଶେଷ ହେବା ପରେ ଜିଲ୍ଲାକୁ ହଜାର ହଜାର ପ୍ରବାସୀ ଓଡ଼ିଆ ଫେରିବାକୁ ଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡିଛି । ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଆଳି ବ୍ଲକର ବିଭିନ ପଂଚାୟତରେ ପ୍ରସ୍ତୁତ ହୋଇଥିବା କ୍ୱାରେଂଟାଇନ ସେଣ୍ଟର ବୁଲି ଦେଖିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଆଳି ହାଇସ୍କୁଲ ପରିସରରେ ହୋଇଥିବା ସେଣ୍ଟରକୁ ଯାଇ ସେଠାରେ ପ୍ରସ୍ତୁତ ହୋଇଥିବା ବେଡ଼, ପାନୀୟ ଜଳ ବ୍ୟବସ୍ଥା, ସାନିଟାଇଜେସନ ଆଦି ବିଭିନ୍ନ ବିଷୟରେ ସରପଞ୍ଚ ମନୋରଞ୍ଜନ ସାମଲଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଚଣ୍ଡିଆଗଡି ପଞ୍ଚାୟତକୁ ଯାଇ ବେଡ଼ ଓ ରନ୍ଧାଖାଦ୍ୟ ବଣ୍ଟନ ସମ୍ପର୍କ ରେ ସରପଞ୍ଚ ପ୍ରତିନିଧି ସନାତନ ମିଶ୍ରଙ୍କ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଆଳି ବିଡ଼ିଓ ଦ୍ୱିବେନ୍ଦୁ ଦାସ, ତହସିଲଦାର ତପନ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।