ଭୁବନେଶ୍ଵରରେ ଆଜି ଆଉ ୩୮୯ ସଂକ୍ରମିତ ଚିହ୍ନଟ, ୯୮୮ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ମହାନଗର ନିଗମରେ ୩୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରୁ ୩୩୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ ୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।

ନୂଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ ୩୪୬୧ ରେ ପହଞ୍ଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୮୩୬ରେ ପହଞ୍ଚିଛି। ଏହା ସହିତ ଆଜି ଆଉ ୯୮୮ ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୭୦,୯୭୦ରେ ପହଞ୍ଚିଛି। ସେହିପରି ଆଜି ୩ ଜଣ ମୃତ୍ୟୁ ବରଣ କରିଛନ୍ତି ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୩୮୪ରେ ପହଞ୍ଚିଛି।