ଭାରତରେ ୫୦ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୫୦ ଲକ୍ଷ ପାର ହୋଇଛି। ଦୈନନ୍ଦିନ ଦେଶରେ କରୋନା ଭୂତାଣୁ ସଂକ୍ରମଣ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରୁ ୯୦,୧୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୫୦,୨୦,୩୬୦କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଆଉ ୧,୨୯୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ସୂଚନା ଅନୁସାରେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ୯,୯୫,୯୩୩ ଚିକିତ୍ସିତ ହେଉଛନ୍ତି। ସେହିପରି ୯୩,୪୨,୩୬୧ ଜଣ କରୋନା ଆକ୍ରାନ୍ତରେ ସୁସ୍ଥ ହୋଇଥିବାବେଳେ ୮୨,୦୬୬ ଜଣଙ୍କ ମୃତ୍ୟୁ ହୋଇଛି।