କୋରାପୁଟ,ଦାମନଯୋଡ଼ି,ଏନ୍ଏନ୍ଏସ୍: କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ନାଲକୋ ଦ୍ୱାରା ଦାମନଯୋଡ଼ିରେ କୋଭିଡ୍ କେୟାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ନିର୍ବାହୀ ନିର୍ଦ୍ଦେଶକ ଇଂ. ରବିଶଙ୍କର ଦାଶଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ମୁଖ୍ୟଅତିିଥି ଭାବେ ଯୋଗଦେଇ କର୍ପୋରେଟ୍ ଅଫିସରୁ ଅନଲାଇନ୍ ମାଧ୍ୟମରେ ଉଦଘାଟନ କରିଥିଲେ। ନାଲକୋ କ୍ଲବ୍ ପରିସରରେ ପ୍ରତିଷ୍ଠିତ କୋଭିଡ କେୟାର କେନ୍ଦ୍ରରେ ପୁରୁଷ, ମହିଳା ଓ ସିଆଇଏସଏଫ୍ ଯବାନଙ୍କ ନିମନ୍ତେ ୫୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନୂଆଦିଲ୍ଲୀର ଅକ୍ଟୋଭା ସଲ୍ୟୁସନ୍ ନାମକ ସଂସ୍ଥା ସହ ନାଲକୋ ୬ମାସ ପାଇଁ ୧କୋଟି ୧୭ଲକ୍ଷ ଟଙ୍କାର ଚୁକ୍ତି କରିଥିବା ଜଣାପଡ଼ିଛି। ନାଲକୋ ହସ୍ପିଟାଲର ମୁଖ୍ୟ ଚିକିତ୍ସକ ଡା.ଦୀପକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ କୋଭିଡ୍ କେୟାର କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତିି। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଡିଜିଏମ୍, ଜିଏମ୍ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।