ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଠାରୁ ଅର୍ଥାତ୍ ଜନୁଆରୀ ୧୦ରୁ ପୁରା ଦେଶରେ ଆରମ୍ଭ ହେବାକୁ ଯାଉଛି ବୁଷ୍ଟର ଡୋଜ୍ ବା ପ୍ରିକସନାରୀ ଡୋଜ୍ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ୬୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିପାଇଁ ରାଜ୍ୟରେ ମଧ୍ୟ ସବୁ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
କୋୱିନ୍ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ପୂର୍ବ ଭଳି ସ୍ଲଟ୍ ବୁକ୍ କରି ଉପଯୁକ୍ତ ବ୍ୟକ୍ତି ଟିକା ନେଇପାରିବେ ଏହାଛଡା ଅନ ଦ ସ୍ପଷ୍ଟ ଭ୍ୟାକ୍ସିନେସନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ଯେଉଁଠି ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ ସେଠାକୁ ଯାଇ ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ର ସାର୍ଟିଫିକେଟ୍ ଦେଖାଇ ବୁଷ୍ଟର ଡୋଜ୍ ନିଆଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍ରେ ସ୍ପଷ୍ଟ କରାଯାଇଛି।
ଦ୍ୱିତୀୟ ଡୋଜ୍ ନେବାର ୯ମାସ ପରେ ଉପଯୁକ୍ତ ବ୍ୟକ୍ତି ବୁଷ୍ଟର ଡୋଜ୍ ଟିକା ନେଇପାରିବେ। ତେବେ ରାଜ୍ୟ ତଥା ଦେଶରେ ଏବେ ଓମିକ୍ରନ୍ ସ୍ଥିତି ସଙ୍ଗୀନ ହୋଇଛି। ଯାହାକୁ ଦୃଷ୍ଟିରେ ରଖି ତୃତୀୟ ଲହରର ପିକ୍ ପୂର୍ବରୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି।