କରୋନାରେ ସଂକ୍ରମିତ ହେଲେ ପୋଲିସ ଅଧିକାରୀ

ଭୋପାଳ: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯିବା ସମୟରେ କିନ୍ତୁ କାର୍ଯ୍ୟରେ ହେଳା କରୁ ନାହାନ୍ତି ପୋଲିସ। ଡାକ୍ତର, ନର୍ସଙ୍କ ପରି ଏମାନେ ମଧ୍ୟ ସେବା ଯୋଗାଇ ଦେଉଛନ୍ତି । ଜନତାଙ୍କୁ ଘରେ ସୁରକ୍ଷିତ ରଖି ଏମାନେ ରାଜ ରାସ୍ତାରେ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ଦେଖାଯାଇଛି। ତେବେ ମଧ୍ୟପ୍ରଦେଶର ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ପୋଲିସ ବିଭାଗ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।