ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ସଂଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୨୪,୯୪୨ରେ ପହଞ୍ଚିଛ ଏହା ସହିତ ମୃତ୍ୟୁ ସଂଖ୍ୟା ୭୭୯କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୮୯୫୩ ଓ ମୃତ୍ୟୁ ସଂଖ୍ୟା ୭୭୯ରେ ପହଞ୍ଚିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ମୋଟ ୫୨୦୯ ଜଣ ସୁସ୍ଥ ହେଲେଣି । ଭାରତୀୟ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ଅବସ୍ଥା ଦିନକୁ ଦିନ ଖରାପ ହେଉଛି । ରାଜ୍ୟର ମୋଟ ସଂକ୍ରମିତ ସଂଖ୍ୟା ୫୫୫୯ ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୩୦୧ ରେ ପହଞ୍ଚିଛି । ମହାରାଷ୍ଟ୍ର ପଛକୁ ଗୁଜୁରାଟ ଓ ଦିଲ୍ଲୀ ରହିଛନ୍ତି । ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୫୦ ହଜାର ଟପିଯାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୯୮ ହଜାର ଓ ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ଟପିଯାଇଛି ।