ନୂଆଦିଲ୍ଲୀ : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪୫୨କୁ ବୃଦ୍ଧି ପାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା୧୩ହଜାର ୮୫୩। ସେଥିମଧ୍ୟରୁ ଚିକିତ୍ସାଧୀନ ଅଛନ୍ତି ୧୧ହଜାର ୬୧୬ଜଣ। ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୭୬୭ଜଣ। ମହାରାଷ୍ଟ୍ରରେ ସର୍ବାଧିକ ୧୯୪ଜଣଙ୍କର ମୃତ୍ୟୁ ହେଲାଣି। ମଧ୍ୟପ୍ରେଦେଶରେ ୫୭, ଦିଲ୍ଲୀ ଓ ଗୁଜୁରାଟରେ ୩୮ଜଣ ମୃତ୍ୟୁ ବରଣ କଲେଣି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।