ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା ଭାଇରସ୍ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଦେଶରେ ୧୦୩୬୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩୫ ଜଣ ସୁସ୍ଥ ହୋଇଛନ୍ତି । ୩୩୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ବରଣ କରିଛନ୍ତି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ (୭) , ଆସାମରେ (୧), ବିହାରରେ (୧), ଦିଲ୍ଲୀରେ (୨୮) , ଗୁଜରାଟରେ (୨୬ ), ହରିୟାଣାରେ (୩) , ହିମାଚଳ ପ୍ରଦେଶରେ (୧), ଜମ୍ମୁ ଓ କଶ୍ମୀରରେ (୪), ଝାଡ଼ଖଣ୍ଡରେ (୨), କର୍ଣ୍ଣାଟକରେ (୬) , କେରଳରେ (୩), ମଧ୍ୟପ୍ରଦେଶରେ (୪୩), ମହାରାଷ୍ଟ୍ରରେ (୧୬୦), ଓଡ଼ିଶାରେ (୧) , ପଞ୍ଜାବରେ (୧୧), ରାଜସ୍ଥାନରେ (୩) , ତାମିଲନାଡୁରେ (୧୧) , ତେଲେଙ୍ଗାନାରେ (୧୬) , ଉତ୍ତରପ୍ରଦେଶରେ (୫) ଏବଂ ପଶ୍ଚମବଙ୍ଗରେ (୭) ।