ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ

ମୁମ୍ବାଇ, ଏଜେନ୍ସି : ବଲିଉଡ୍ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ଶନିବାର ସଂଧ୍ୟାରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସେ ତାଙ୍କର ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ୍ କରି ମୋର କରୋନା ପଜିଟିଭ୍ ବାହାରିଛି ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କ ପରିବାର ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟ କରାଯାଇଥିଲେ ମଧ୍ୟ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ବିଗ୍ ବି ଟ୍ୱିଟରରେ ଆହୁରି ଉଲ୍ଲେଖ କରିଛନ୍ତି ଗତ ୧୦ ଦିନ ମଧ୍ୟ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନେବାକୁ ମୁଁ ଅନୁରୋଧ କରୁଛି । ବିଗ୍ ବି ଙ୍କୁ ସୁର୍‌ଜିତ୍ ସିର୍‌କାର କମେଡି ଡ୍ରାମା ‘ଗୁଲାବୋ ସିତାବୋ’ ଚଳଚ୍ଚିତ୍ରରେ ରେ ଆୟୁଷ୍ମାନ ଖୁରାନାଙ୍କ ସହ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର ପ୍ରଥମେ ଥିଏଟରରେ ମୁକ୍ତିଲାଭ କରିବାକୁ ଥିଲେ ହେଁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆମାଜନ୍ ପ୍ରାଇମ୍ ଭିଡିଓରେ ଏହାର ପ୍ରିମିୟର କରାଯାଇଥିଲା ।