ନୂଆଦିଲ୍ଲୀ : କରୋନା ଭାଇରସ୍ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ବର୍ତମାନ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୯୨କୁ ବୃଦ୍ଧି ପାଇଥିବା ବେଳେ ୧୧ହଜାର ୯୩୩ ପଜିଟିଭ୍ କେସ୍ ବାହାରିଛି। ସେମାନଙ୍କ ମଧ୍ୟରୁ ୧ହଜାର ୩୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ହଜାର ୧୯୭ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୭୮ମୃତ ଓ ୨୬୮୭ କରୋନା ଆକ୍ରାନ୍ତ ରହିଛନ୍ତି । ସେହିପରି ମଧ୍ୟପ୍ରଦେଶରେ ୫୩, ଦିଲ୍ଲୀ ଓ ଗୁଜରାଟରେ ୩୦ଜଣଙ୍କର ମୃତ୍ୟୁ ହୋଇଛି ।