ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ପ୍ରଥମ କରୋନା ଅକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସଂପୃକ୍ତ ବ୍ୟକ୍ତିଜଣଙ୍କ ଝାରପଡ଼ା ଅଂଚଳର ବୋଲି ଜଣାପଡ଼ିଛି। ବ୍ୟକ୍ତିଙ୍କ ବୟସ ୭୨। ଏପ୍ରିଲ ୪ରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏମସରେ ଭର୍ତି ହୋଇଥିଲେ। ନମୂନା ପରୀକ୍ଷଣରୁ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା। ତାଙ୍କର ପୂର୍ବରୁ କ୍ରନିକ ହାଇପ୍ରଟେନସନ୍ ଥିଲେ। ସୋମବାର ସଂପୃକ୍ତ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାର ବିଭାଗ ପକ୍ଷରୁ ସୂଚନା ମିଳିଛି।