ଭାରତରେ ୫,୧୯୪ଟି ସଂକ୍ରମିତ, ୧୪୯ ମୃତ

ନୂଆଦିଲ୍ଲୀ,ଏଜେନ୍ସି : ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୫,୧୯୪ରେ ପହଞ୍ଚିଥିବା ବେଳେ ଏହି ମହାମାରୀରେ ବର୍ତ୍ତମାନ ସୁଦ୍ଧା ୧୪୯ ଜଣଙ୍କ ମୃତ୍ୟୁ ଘଟିଛି । ଏକ ରିପୋର୍ଟରୁ ଜଣାଯାଇଛି ଯେ ବର୍ତ୍ତମାନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି, ତାହା ଏକ ସପ୍ତାହ ପରେ ୧୦ ହଜାରରେ ପହଞ୍ôଚବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୩ଟି ନୂତନ ମାମଲା ସାମନାକୁ ଆସିଛି ଏବଂ ବର୍ତ୍ତମାନ ସୁଦ୍ଧା ମୋଟ ୪୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ କହିଛନ୍ତି ଯେ କରୋନା ସଂକ୍ରମଣ ମାମଲାରେ ଟ୍ରେନିଂ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। କରୋନା ଉପରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି କରାଯାଇଛି ।

ଏହା ଜରିଆରେ ସ୍ୱାସ୍ଥ୍ୟକର୍ମୀ ଏବଂ ଏହି ରୋଗ ସହ ଲଢ଼େଇରେ ସମ୍ପୃକ୍ତ ଥିବା ଅନ୍ୟ ସମସ୍ତ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ। ଦେଶରେ କ୍ରମଶଃ ମୃତ୍ୟୁସଂଖ୍ୟା ବଢ଼ିଚାଲିଥିବା ବେଳେ ଏହାକୁ ରୋକିବା ଲାଗି ଅନେକ ପ୍ରସ୍ତୁତି ମଧ୍ୟ କରାଯାଉଛି। ସବୁ ପରେ ଆମକୁ ସାବଧାନ ଓ ସଚେତନ ରହିବାର ଆବଶ୍ୟକତା ରହିଛି। ଭୂତାଣୁ ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ମିଳିମିଶି କାର୍ଯ୍ୟ କରୁଛନ୍ତି। ଏହାସହ ଲୋକମାନଙ୍କୁ ଲକ୍ ଡାଉନକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବା ନେଇ ମଧ୍ୟ ଅପିଲ୍ କରାଯାଉଛି। ଗୃହ ମନ୍ତ୍ରଣାଳୟ ତରଫରୁ ପୁଣ୍ୟ ସଲିଲ ଶ୍ରୀବାସ୍ତବ କହିଛନ୍ତି ଯେ ଲକ୍ ଡାଉନର ପୂର୍ଣ୍ଣ ପାଳନ କରିବାରେ ସମସ୍ତ ରାଜ୍ୟ ସରକାରମାନେ ଲାଗିପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି। ଏବେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୭୬୪ରେ ପହଞ୍ôଚଛି। ତାପରକୁ ତାମିଲନାଡୁରେ ୬୦୮ ଓ ନୂଆଦିଲ୍ଲୀରେ ୫୪୮ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପ୍ରଥମ ୧୦ ଜିଲ୍ଲାରେ ୪୦ ପ୍ରତିଶତ ସଂକ୍ରମିତ ଥିବା ବେଳେ ୫୦ ଜିଲ୍ଲାରେ ୭୦ ପ୍ରତିଶତ ଅଛନ୍ତି।