ପରିବାରର ଛୋଟମାନେ ବଡମାନଙ୍କୁ ଘରେ ରହିବାକୁ ବୁଝାନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ବର୍ତମାନ ସୁଦ୍ଧା ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମ ପଜିଟିଭ ୧୫ ମାର୍ଚ୍ଚ ରେ ଚିହ୍ନଟ ହୋଇଥିବା ବେଳେ୧୯ ମାର୍ଚ୍ଚରେ ଦ୍ୱିତୀୟ ଏବଂ ତୃତୀୟ ପଜିଟିଭ୍ ୨୬ ମାର୍ଚ୍ଚରେ ଚିହ୍ନଟ ହୋଇଥିଲେ । ବର୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ସୀମିତ ରହିଛି । ଏହା କେବଳ ଓଡିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ ସମ୍ଭବ ହୋଇପାରିଛି । ଓଡିଶାର ଜନସାଧାରଣ ୧୫ ଦିନ ଧରି ସାମାଜିକ ଦୂରତ୍ୱ ଓ ଲକ୍ ଡାଉନ୍ ରେ ରହିଛନ୍ତି । ଲକ୍ ଡାଉନ୍ ସମୟରେ ବିଶେଷ ଭାବେ ତ୍ୟାଗ ଓ ଧୈର୍ଯ୍ୟ ଦେଖାଇଛନ୍ତି ରାଜ୍ୟର ପୁଅ ଓ ଝିଅମାନେ । ସେମାନଙ୍କ ସଚେତନତା ଯୋଗୁଁ ବର୍ତମାନ ରାସ୍ତାରେ ଛୋଟ ପିଲାଙ୍କୁ ଦେଖିବାକୁ ମିଳୁନାହିଁ । ପରିବାରରେ ଛୋଟ ପିଲାମାନେ ଶୃଙ୍ଖଳାର ନିଦର୍ଶନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିଜ ଭଲ ପାଇବା ଜଣାଇବା ସହ ପରିବାରର ବଡମାନଙ୍କୁ ବୁଝାଇ ଘରେ ରହିବାକୁ କହିବାକୁ ଅନୁରୋଧ କରିଛନ୍ତି ।