ଆଗାମୀ କିଛି ମାସରେ ଭ୍ୟାକ୍ସିନ ଉତ୍ପାଦନ ୬ରୁ ୭ ଗୁଣା ବଢ଼ିବ

ନୂଆଦିଲ୍ଲୀ: ଦେଶରେ ଭ୍ୟାକ୍ସିନର ଅଭାବକୁ ଦୃଷ୍ଟିରେ ରଖି ଭାରତୀୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଛି। ମେ’ ଓ ଜୁନରେ କୋଭାକ୍ସିନ ଉତ୍ପାଦନ ୨ ଗୁଣା ବଢ଼ାଯିବ ଏବଂ ଜୁଲାଇ ଓ ଅଗଷ୍ଟ ମାସ ସୁଦ୍ଧା ୬ରୁ ୭ ଗୁଣା ବଢ଼ିବ ବୋଲି ଜଣାପଡ଼ିଛି।

ମନ୍ତ୍ରଣାଳୟ ଆହୁରି କହିଛି ଯେ, ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ମାସ ୧୦ କୋଟି କୋଭାକ୍ସିନ ଉତ୍ପାଦନ ହେବ। କୋଭାକ୍ସିନ ଉତ୍ପାଦନ ବଢ଼ାଇବା ପାଇଁ ଭାରତ ବାୟୋଟେକକୁ କେନ୍ଦ୍ର ସରକାର ତରଫରୁ ୬୫ କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ। ଏଥିସହିତ ୩ଟି ସାର୍ବଜନିକ କ୍ଷେତ୍ରର କମ୍ପାନୀକୁ ମଧ୍ୟ ଭ୍ୟାକ୍ସିନ ଉତ୍ପାଦନ କ୍ଷମତା ବଢ଼ାଇବା ଲାଗି ସାହାଯ୍ୟ କରାଯିବ।