ଏପ୍ରିଲ ୪ରୁ ହେବ ସକାଳୁଆ କୋର୍ଟ

କଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ଏପ୍ରିଲ ୪ ତାରିଖରୁ ସକାଳୁଆ ଚାଲିବ । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର ଓ କୋରାପୁଟ କୋର୍ଟ ଛାଡ଼ି ସବୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ । ମଝିରେ କେବଳ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟା ବିରତି ରହିବ । ଏନେଇ ସବୁ ଜିଲ୍ଲା ଜଜଙ୍କୁ ହାଇକୋର୍ଟ ରେଜିଷ୍ଟାର ଚିଠି ପଠାଇଛନ୍ତି ।