ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡ଼ଙ୍ଗରପଡ଼ା ଗ୍ରାମ ସ୍ଥାନୀୟ ଜଙ୍ଗଲ ନିକଟରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ଦେହ ଉଦ୍ଧାର କରିଛି ସଇଁନ୍ତଲା ପୁଲିସ। ମୃତ ପ୍ରେମୀ ଯୁଗଳ ହେଲେ ଡଙ୍ଗରପଡ଼ା ଗ୍ରାମ ଚନ୍ଦ୍ର ଭୋଇ ଓ ତୁଷୁରା ଥାନା ନୂଆପଡା ଅଞ୍ଚଳର ଯାଜ୍ଞସିନୀ କୁଅର। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲାଣି ପ୍ରେମ ସମ୍ପର୍କ ରହିଥିଲା। ସେମାନଙ୍କ ପ୍ରେମ ସମ୍ପର୍କକୁ ପରିବାର ଲେକେ ଗ୍ରହଣ ନ କରିବାରୁ ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଗତକାଲି ଠାରୁ ପ୍ରେମୀ ଯୁଗଳ ଘର ଛାଡି ପଳେଇ ଆସିଥିଲେ। ଆଜି ସକାଳେ ଡଙ୍ଗରମୁଣ୍ଡା ପୋଖରୀ ପାଖ ବରଗଛରେ ତାଙ୍କର ଝୁଲନ୍ତା ମୃତ ଦେହ ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ।
ଘଟଣାକୁ ଚପେଇ ଦେବା ପାଇଁ ପରିବାର ଲୋକେ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି। ଏନେଇ ଘଟଣା ସମ୍ପର୍କରେ ସଇଁନ୍ତଲା ଥାନା ଏସ୍ଆଇ ଥବିର ମହାରଣା, ଏସ୍ଆଇ ସଙ୍ଗୀତା ବେଙ୍କ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।