ରାଜଧାନୀର ଏକ ବନ୍ଦ ଘରୁ ନବଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜଧାନୀର ଏକ ବନ୍ଦ ଘର ଭିତରୁ ନବଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଲିଙ୍ଗରାଜ ଥାନା କେଉଟସାହି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରର ପଙ୍ଖାରେ ସ୍ୱାମୀର ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ପତ୍ନୀଙ୍କ ମୃତ ଦେହ ବେଡ ତଳେ ପଡ଼ିଥିବା ଅବସ୍ଥାରେ ଲିଙ୍ଗରାଜ ଥାନା ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ତେବେ ୩ ମାସ ତଳେ ସେମାନଙ୍କର ବିବାହ ହୋଇଥିବା ବେଳେ ସ୍ୱାମୀ ହକର ଥିଲେ। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଲିଙ୍ଗରାଜ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।