ହୃଦଘାତରେ ସ୍ୱାମୀର ମୃତ୍ୟୁ ଦେଖି ସ୍ତ୍ରୀର ହୃଦଘାତରେ ମୃତ୍ୟୁ, ଏକାସଙ୍ଗେ ଜଳିଲା ଜୁଇ

ବାଲେଶ୍ୱର,ଏନଏନଏସ୍: ବାଲେଶ୍ୱର ଜିଲ୍ଲା ସଦର ଥାନା ଅର୍ନ୍ତଗତ ବଣପାରିଆ ଗ୍ରାମରେ ଗୁରୁବାର ଏକ ଅଘଟଣ ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ଜଣେ ସ୍ୱାମୀଙ୍କର ହୃଦଘଶତରେ ମୃତ୍ୟୁ ହୋଇଯିବା ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମଶାଣୀକୁ ନେଉଥିବା ବେଳେ ତାଙ୍କ ପତ୍ନୀଙ୍କର ହୃଦଘାତ ହୋଇଥିଲା। ଶେଷରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଗୋଟିଏ ଦିନରେ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯିବାରୁ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହ ଗୋଟିଏ ମାଶାଣୀରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ମୃତ ସ୍ୱାମୀ ଜଣଙ୍କ ହେଉଛନ୍ତି ବଣପାରିଆ ଗ୍ରାମର ସୁରେନ୍ଦ୍ର ମଲ୍ଲିକ(୬୫) ଏବଂ ତାଙ୍କ ପତ୍ନୀ ସରସ୍ୱତୀ ମଲ୍ଲିକ(୬୨)। ସୂଚନା ଅନୁସାରେ,ଗୁରୁବାର ସକାଳେ ବଣପାରିଆ ଗ୍ରାମର ସୁରେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ଶିକାର ହୋଇଥିଲେ। ଫଳରେ ତାଙ୍କର ଘରେ ମୃତ୍ୟୁ ହୋଇଯାଇଥିଲା। ତେବେ ଘରକୁ ସମସ୍ତ ବନ୍ଧୁ ବାନ୍ଧବ ଆସିବା ପରେ ଅପରାହଣରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମଶାଣୀକୁ ନିଆଯାଉଥିବା ବେଳେ ତାଙ୍କ ପତ୍ନୀ ସରସ୍ୱତୀ ମଧ୍ୟ ହୃଦଘାତରେ ଶିକାର ହୋଇଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଗୁରୁବାର ସନ୍ଧ୍ୟାରେ ଏକ ସାଙ୍ଗରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ତାଙ୍କ ଅନ୍ତିମ ସଂସ୍କାର ନିକଟରେ ତାଙ୍କର ତିନି ପୁଅଙ୍କ ସମେତ ଗୋଟିଏ ଝିଅ ଉପସ୍ଥିତ ରହିବା ସହ ଜିଲ୍ଲା ପରିଷଦ ସଭ୍ୟ ବିପିନ ମାର୍ଣ୍ଡି,କାର୍ତିକ ଗିରି,କୁରୁଡା ଗ୍ରାମର ନାୟକ ସରପଂଚ ପ୍ରଭଞ୍ଜନ ମଲ୍ଲିକ ପ୍ରମୁଖଙ୍କ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।