ବିଦ୍ୟୁତ ଆଘାତରେ ଦମ୍ପତି ମୃତ

କୋରାପୁଟ,ଏନ୍ଏନ୍ଏସ୍: ବିଦ୍ୟୁତ ସଂସ୍ପର୍ଶରେ ଦମ୍ପତି ଆସିବାରୁ ଉଭୟଙ୍କ ଜୀବନ ଚାଲିଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସୁନାବେଡ଼ା ପୁଲିସ କଲୋନୀରେ। ମୃତକ ହେଉଛନ୍ତି ସୁନାବେଡ଼ା ମ୍ୟୁନିସିପାଲଟିର ଜଣେ ଟ୍ୟାକ୍ସ କଲେକ୍ଟର ଏବଂ ତାଙ୍କ ପତ୍ନୀ।

ସୂଚନା ଅନୁସାରେ, ସକାଳେ ସ୍ୱାମୀ ଜଣକ ବାଥରୁମ ଯାଇଥିଲେ। ବାଥରୁମରେ ସେ ଏକ ତାରକୁ ଧରି ପକାଇବାରୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ତାଙ୍କ ଚିତ୍କାର ଶୁଣି ସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ବେଳେ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଟଳି ପଡ଼ିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।