ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ପୁଲିସ ଠକେଇ ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଦମ୍ପତି ହେଲେ ତୁରୁମୁଙ୍ଗା ଥାନା ସାନ ଗମ୍ଭାରୀଆ ଗ୍ରାମର ବୁଦ୍ଧଦେବ ମୁଣ୍ଡା(୩୮) ଓ ପୁଷ୍ପାଞ୍ଜଳି ପାତ୍ର(୩୨)। ଉଭୟ ବାମେଵାରୀ ଥାନା ଜୁରୁଡ଼ିରେ ଭଡା ନେଇ ରହୁଥିଲେ। ଅଭିଯୋଗ ଅନୁଯାୟୀ ପାଟଣା ଥାନା ଟାଙ୍ଗରପଡା ପଞ୍ଚାୟତ ଭିମାପଡା ଗ୍ରାମର ପ୍ରଭାକର ମୁଣ୍ଡାଙ୍କ ଠାରୁ ଜମି କିଣାଇ ଦେବୁ କହି ଉଭୟ ସ୍ୱାମୀ ସ୍ତ୍ରୀ ଗତ ୨୦୧୬ରେ ୧୭ ଲକ୍ଷ ଟଙ୍କା ନେଇଥିଲେ। ଜମି କିଣାଇ ନଦେବାରୁ ପ୍ରଭାକର କୋର୍ଟରେ କେସ କରିଥିଲେ।
ପରେ ଏ ମାମଲା ଥାନାକୁ ଆସିବା ପରେ ପାଟଣା ଥାନା ଏସଆଇ ଶିବ ଶଙ୍କର ଆଲଦା ଘଟଣାର ତଦନ୍ତ କରିଥିଲେ। ପରେ ପାଟଣା ଥାନାରେ କେସ ନମ୍ବର-୧୪୧/୨୦ରେ ଆଇପିସି ଧାରା- ୪୨୦, ୪୦୩, ୪୦୬, ୧୨୦(ବି) ଓ ୩୪ରେ ମାମଲା ରୁଜୁ କରି ପୁଲିସ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।