ଘର ଭିତରୁ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ବାଣପୁର,ଏନ୍ଏନ୍ଏସ୍: ଖୋର୍ଦ୍ଧା ବାଣପୁରରେ ଅଭାବନୀୟ ଘଟଣା। ପତ୍ନୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ୱାମୀ। ବାଣପୁର ଥାନା ନଇରି ବଡ଼ ସାହି ଗାଁରେ ଏକ ଭଡ଼ା ଘରୁ ନବଦମ୍ପତ୍ତିଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ ସିବାନୀ ସାହୁ ଏବଂ ସନାତନ ସାହୁ ୫ମାସ ତଳେ ପ୍ରେମ ବିବାହ କରି ନିଇରି ଅଞ୍ଚଳର ଏକ ଭଡ଼ା ଘରେ ରହୁଥିଲେ।

ଗତକାଲି ପାରିବାରିକ କଳହରୁ ସିବାନୀ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ ଶରୀରକୁ ସନାତନ ଘରକୁ ଆଣିବା ପରେ ତାଙ୍କ ମା’ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ସେହସମୟରେ ସନାତନ ଏକୁଟିଆର ସୁଯୋଗ ନେଇ ଆତ୍ମହତ୍ୟା କରିଥିବା ସାଧାରଣରେ କୁହାଯାଉଛି। ତେବେ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।