୭କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ

କୋରାପୁଟ: କୋରାପୁଟରୁ ୭ କୋଟି ୯୦ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି। ଛତିିଶଗଡ଼ର ରାୟପୁରରୁ ବିଶାଖାପଟାଣାକୁ ଏକ କାର ଯୋଗେ ଉକ୍ତ ଜାଲ ନୋଟ ଚାଲାଣ ହେଉଥିବାବେଳେ ଶୁଙ୍କି ଫାଣ୍ଡି ପୁଲିସ ଓ ପଟ୍ଟାଙ୍ଗି ପୁଲିସ ଦ୍ୱାରା ଜବତ ହୋଇଛି। ଏଥିସହିତ ୩ଜଣ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ର ବୋଲି ଜଣାପଡ଼ିଛି। ଜବତ ହୋଇଥିବା ସମସ୍ତ ନୋଟ ୫୦୦ ଟଙ୍କିଆ ହୋଇଥିବା ନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।