ଆସନ୍ତାକାଲିଠାରୁ ବାରବାଟୀ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି

କଟକ/ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଏକଦିବସୀୟ ଦିବାରାତ୍ର ମ୍ୟାଚ୍ ପାଇଁ ଆସନ୍ତାକାଲିଠାରୁ (ଗୁରୁବାର) ଷ୍ଟାଡିୟମ୍ କାଉଂଟରରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଖୋଲାଯାଇଥିବା ୧୨ଟି କାଉଂଟରରେ ସକାଳ ୯ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହେବ।ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ଟିକେଟ୍ ଦିଆଯିବ ଓ ଏଥିପାଇଁ ଜଣେ ଦର୍ଶକଙ୍କୁ ତାଙ୍କର ପରିଚୟ ପତ୍ର ଟିକେଟ୍ କାଉଂଟରରେ ଦେଖାଇବାକୁ ପଡ଼ିବ। ୧୯ ଓ ୨୦ ଦୁଇ ଦିନ ଧରି କାଉଂଟରରେ ଟିକେଟ୍ ବିକ୍ରି କରାଯିବ।

ଇତିମଧ୍ୟରେ ଓସିଏ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ପାସ୍ ବଂଟନ ଓ ଟିକେଟ୍ ବିକ୍ରି ଶେଷ ହୋଇଛି। ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମ୍ ଭିତରେ ଓ ବାହାରେ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆଗେଇ ·ଲିଛି। ଆସନ୍ତାକାଲି ଟିକେଟ୍ କାଉଂଟର ଗୁଡ଼ିକରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଫୋର୍ସ୍ ମୁତୟନ କରାଯିବ। ସେହିପରି ୨୨ ତାରିଖ ମ୍ୟାଚ୍ ପାଇଁ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥର ପ୍ରତି ଗ୍ୟାଲେରୀରେ ପୋଲିସ୍ ସହାୟତା କେନ୍ଦ୍ର ରହିବ ଓ ଦୁଇ ଜଣ ଅଫିସର ଏହାର ଦାୟିତ୍ୱରେ ରହିବେ । ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକିଂ କରିଥିବା ଦର୍ଶକମାନଙ୍କୁ ଆସନ୍ତାକାଲିଠାରୁ ମଧ୍ୟ କେମ୍ବ୍ରିଜ୍ ସ୍କୁଲରେ ଟିକେଟ୍ ପ୍ରଦାନ କରାଯିବ।