ବ୍ରହ୍ମକମଳ ଫୁଲ ଦେଖିବାକୁ ଭିଡ଼

ଦାରିଙ୍ଗବାଡି,ଏନ୍ଏନ୍ଏସ୍: ଦାରିଙ୍ଗବାଡି ବ୍ଲକ୍ ନିବାସୀ ଯୁବରାଜ ଅଧିକାରୀଙ୍କ ବାଡ଼ିରେ ଏକ ବିରଳ ବ୍ରହ୍ମକମଳ(ପାରିଜାତ) ଫୁଲ ଗତକାଲି ରାତିରେ ଫୁଟିଛି। ଏହି ବିରଳ ବ୍ରହ୍ମକମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ। ଏହି ବିରଳ ଫୁଲ ଫୁଟିଥିବା ନେଇ ଅଞ୍ଚଳରେ ଖବର ବ୍ୟାପିବା ପରେ ବହୁ ସଂଖ୍ୟାରେ ଲୋକ ଏହି ଫୁଲକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ।

ଯୁବରାଜ ଅଧିକାରୀ ଏହି ବ୍ରହ୍ମ କମଳ ଫୁଲ ଗଛଟିକୁ ଅତି ଯତ୍ନର ସହିତ ଦେଖାରଖା କରୁଥିବା ବେଳେ ଏବେ ଏହି ବିରଳ ଫୁଲ ଏକା ଥରକେ ୩/୪ଟି ଫୁଟିଥିବାରୁ ଖୁବ ଆନନ୍ଦ ପ୍ରକାଶ କରିଛନ୍ତି।