ଲଗାଣ ବର୍ଷାରେ ଉଜୁଡ଼ି ଗଲା ଫସଲ, ଚିନ୍ତାରେ ଚାଷୀ

ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷ ଜମିମାନଙ୍କରେ ୩ଫୁଟ ଉଚ୍ଚର ପାଣି ମାଡ଼ି ଯାଇଛି। ଫଳରେ ଅମଳ ହେବାକୁ ଥିବା ଧାନ ପାଣିରେ ଭାସି ଗଜା ହେବାକୁ ବସିଲାଣି। ଏଭଳି ଦୃଶ୍ୟ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ।

ରେବଣା ନୂଆ ଗାଁ, ପଦୁପାଳ, ବାଲିକେରା, ଭଟୁକୁଳି, ମଣପଡ଼ା ଏବଂ ରାୟବିଧା ପଞ୍ଚାୟତରେ ଫସଲ ଅଧିକ କ୍ଷତି ହୋଇଛି। ବର୍ଷା ପାଣି ଜମି ରହିଥିବାରୁ ସବୁ ଫସଲ ନଷ୍ଟ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚାଷୀ ମାନେ ପାଣିରେ ଭାସୁଥିବା ଧାନକୁ ରାସ୍ତାରେ ଆଣି ଶୁଖାଉଛନ୍ତି। ତେବେ ଏହି ଧାନ କ୍ଷତି ପୂରଣ ପାଇଁ ଚାଷୀମାନେ ଦାବି କରିଛନ୍ତି।