ମୁମ୍ବଇ,ଏଜେନ୍ସି: କରୋନା ଭୂତାଣୁର ଚିକିତ୍ସା ପାଇଁ ବାବା ରାମଦେବଙ୍କ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ ଔଷଧ ‘କରୋନିଲ’କୁ ରାଜ୍ୟମାନଙ୍କରେ ବିକ୍ରି ପାଇଁ ପ୍ରତିବନ୍ଧକ ଲଗାଯାଉଛି। ପ୍ରଥମେ ରାଜସ୍ଥାନ ଏବଂ ଏବେ ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ “କରୋନିଲ’ର କ୍ଲିନିକାଲ ଟ୍ରାଏଲ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ନାହିଁ। ଏବଂ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଅନୁମତି ମିଳିନାହିିଁ। ତେଣୁ ରାଜ୍ୟରେ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲାଗୁ କରାଯାଉଛି।
ସେହିପରି ପୂର୍ବରୁ ରାଜସ୍ଥାନ ସରକାର କହିଥିଲେ, ଆୟୁଷ ମନ୍ତ୍ରଣାଳୟର ବିନା ଅନୁମତିରେ କୌଣସି ଆୟୁର୍ବେଦ ଔଷଧକୁ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ। ଏପରିକି ଏଭଳି ବିକ୍ରି ହେଲେ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜସ୍ଥାନ ସରକାର କରିଥିଲେ।