କରୋନା ଭୂତାଣୁରେ ଡିଏମକେ ବିଧାୟକ ଜେ.ଅନବାଜଗନଙ୍କ ମୃତ୍ୟୁ

ଚେନ୍ନାଇ,ଏଜେନ୍ସି: ଆଜି ସକାଳେ କରୋନା ଭୂତାଣୁରେ ଡିଏମକେ ସାଂସଦ ଜେ. ଅନବାଜଗନଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।

ସୂଚନା ଅନୁସାରେ ଜେ. ଅନବାଜଗନଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ଥିଲେ। କିନ୍ତୁ ଜୁନ୍ ୩ ତାରିଖରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଆଜି ସକାଳେ ୮ଟାରେ ଅନବାଜଗନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ତାମିଲନାଡୁରେ କୋଭିଡ-୧୯ ମୃତ୍ୟୁରେ ସେ ହେଉଛନ୍ତି ପ୍ରଥମ ବିଧାୟକ। ଭାରତରେ କରୋନା ସଂକ୍ରମଣରେ ମହାରାଷ୍ଟ୍ର ପ୍ରଥମରେ ଥିବା ବେଳେ ତାମିଲନାଡୁ ୩୪,୯୧୪ କରୋନା କେସ୍ ସହିତ ଦ୍ୱିତୀୟରେ ରହିଛି। ସେହିପରି ବର୍ତ୍ତମାନ ସୁଦ୍ଧା ତାମିଲନାଡୁରେ କରୋନାରେ ୧୬,୨୮୨ଟି ଆକ୍ଟିଭ କେସ ଓ ୩୦୭ ମୃତ୍ୟୁ ସଂଖ୍ୟା ରହିଛି।