କରୋନାରେ ଆଖି ବୁଜିଲେ କରୋନା ଯୋଦ୍ଧା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ଯୁଦ୍ଧରେ ହାରିଯାଇ ଶେଷରେ ଆଖି ବୁଜିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନାର ଏସଆଇ ରାଜକିଶୋର ସାମଦ। ଶ୍ରୀ ସାମଦଙ୍କୁ ଜିଲ୍ଲା ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସମ୍ମାନରେ ସମ୍ମାନିତ କରିବା ସହ କୋଭିଡ-୧୯ର ସମସ୍ତ ଗାଇଡଲାଇନ ପାଳନ କରି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ମହାମାରୀ କରୋନାରୁ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ କର୍ତ୍ତବ୍ୟ କରୁଥିବାବେଳେ ଗତ ୧୭ ତାରିଖରେ ଶ୍ରୀ ସାମଦ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ଝାରସୁଗୁଡ଼ାସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭେଣ୍ଟିଲେଟରରେ ରଖିବା ସହ ପ୍ଲାଜମା ଥେରାପି ମଧ୍ୟ ପ୍ରଦାନ କରାଯାଇଥିଲା। ଏହାସତ୍ୱେ ସେ କୋରୋନା ଯୁଦ୍ଧରେ ହାରିଯାଇ ମଙ୍ଗଳବାର ଆଖି ବୁଜିଛନ୍ତି। ତେବେ ଶ୍ରୀ ସାମଦ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି।