ଦେଶରେ ଦିନକରେ ୩.୬୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୪୧୨୦ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦିନକୁ ଦିନ ଉପର ମୁହାଁ ହେଉଛି କରୋନା ଗ୍ରାଫ। ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ୪୧୨୦ ଜଣଙ୍କ କରୋନା ସଂକ୍ରମଣରେ ଜୀବନ ଯାଇଛି। ଅନ୍ୟପଟେ ଦେଶରୁ ମଧ୍ୟ ଦିନକରେ ୩ ଲକ୍ଷ ୫୨ ହଜାର ୧୮୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ବର୍ତ୍ତମାନ ସୁଦ୍ଧା ଦେଶରୁ ସମୁଦାୟ ୨ କୋଟି ୩୭ ଲକ୍ଷ ୩ ହଜାର ୬୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ୧ କୋଟି ୯୭ ଲକ୍ଷ ୩୪ ହଜାର ୮୨୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏପର୍ଯ୍ୟନ୍ତ ୨ ଲକ୍ଷ ୫୮ ହଜାର ୩୧୭ ଜଣଙ୍କ କରୋନାରେ ପ୍ରାଣହାନି ଘଟିଛି। ୩୭ ଲକ୍ଷ ୧୦ ହଜାର ୫୨୫ ଜଣ ଚିକିତ୍ସାଧୀନ ଅଛନ୍ତି। ଦେଶର ମୋଟ ୧୭ କୋଟି ୭୨ ଲକ୍ଷ ୧୪ ହଜାର ୨୫୬ ଜଣଙ୍କୁ ଟିକାକରଣ କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।