ବେଜିଂ,ଏଜେନ୍ସି: ଚୀନରେ ଦ୍ୱିତୀୟ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଦେଖାଦେଇଛି। ଇତି ମଧ୍ୟରେ ଚିହ୍ନଟ ହୋଇଥିବା ୨ ଜଣ ବ୍ୟକ୍ତି ପୁନର୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୬ ମାସତଳେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାଦ୍ୱାରା ସନ୍ଦେହ କରାଯାଉଛି ଯେ ଏହି ଭୂତାଣୁ ପୁଣି ଥରେ ଆରୋଗ୍ୟ ହୋଇଯାଇଥିବା ଲୋକଙ୍କୁ ଆକ୍ରାନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସର ଉତ୍ପତ୍ତିସ୍ଥଳ ଉହାନରେ ଜଣେ ୬୮ ବର୍ଷୀୟ ମହିଳା ପୁଣି ଥରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୬ ମାସ ତଳେ ସେ କରୋନା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଥିଲେ ଓ ତାଙ୍କ ନମୁନା ନେଗେଟିଭ୍ ବାହାରିଥିଲା। ସେହିପରି ଆଉ ଜଣେ ବ୍ୟକ୍ତି, ଯିଏକି ଗତ ଏପ୍ରିଲ ମାସରେ କରୋନା ସଂକ୍ରମିିତ ହୋଇ ସୁସ୍ଥ ହୋଇଥିଲେ, ପୁଣି ଥରେ ସଂକ୍ରମିତ ହୋଇଛନ୍ତିି। ପୂର୍ବରୁ କରୋନାରେ ଥରେ ସଂକ୍ରମିତ ହୋଇ ଆରୋଗ୍ୟଲାଭ କରିବା ପରେ ପୁଣି ଥରେ ସଂକ୍ରମିତ ହେବା ଘଟଣା ସାରା ବିଶ୍ୱର ଗବେଷକମାନଙ୍କୁ ଚିନ୍ତିତ କରିଛି। କାରଣ ଏହାଦ୍ୱାରା କରୋନା ମହାମାରୀର ଏକ ଦ୍ୱିତୀୟ ଲହରୀ ଆସିବାର ଆଶଙ୍କା ବଢିଯାଇଛି। ତେବେ ଏ ସମ୍ପର୍କରେ ଅଧିକ ଗବେଷଣା ଜାରି ରହିଛି।