ଦେଶରେ ଆଜି ୧୭,୧୭୦ କରୋନା ଆକ୍ରାନ୍ତ ସୁସ୍ଥ, ୧୫,୧୪୪ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତକାଲି ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆରୋଗ୍ୟ ହାର ବୃଦ୍ଧି ପାଇଛି। ଗତକାଲି ଗୋଟିଏ ଦିନରେ ୧୭ ହଜାର ୧୭୦ ଜଣ ସୁସ୍ଥ ହେବା ପରେ କରୋନା ଜନିତ ଆରୋଗ୍ୟ ହାର ୯୬.୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଆଜିସୁଦ୍ଧା ମୋଟ ୧ କୋଟି ୧ ଲକ୍ଷ ୯୬ ହଜାର ୮୮୫ ଜଣ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୧ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିସହିତ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୨୭୪କୁ ବୃଦ୍ଧି ପାଇଛି। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ୧.୪୪ ପ୍ରତିଶତ ରହିଛି।

ସେହି ସମୟ ମଧ୍ୟରେ ନୂଆ ୧୫ ହଜାର ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ସଂକ୍ରମଣ ୧ କୋଟି ୫ ଲକ୍ଷ ୫୭ ହଜାର ୯୮୫କୁ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ୨ ଲକ୍ଷ ୮ ହଜାର ୮୨୬ ରହିଛି।