ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୬ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୧୬ ଜଣଙ୍କ ମଧ୍ୟରୁ୧୫ ଜଣ ବମିଖାଲ ଅଞ୍ଚଳର। ଏବେ ଏହି ଅଞ୍ଚଳର ଥିବା ସମସ୍ତ ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରଖାଯିବ। ଜନସାଧାରଣ ଭୟଭୀତ ନହୋଇ ଘରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି କହିଛନ୍ତି। ତେବେ ଆଉ ଜଣେ ବ୍ୟକ୍ତି କେଉଁ ଅଞ୍ଚଳର ଏଯାଏ ଜଣାପଡ଼ି ନାହିଁ କିନ୍ତୁ ଭୁବନେଶ୍ୱର ବାସିନ୍ଦା ଅଟନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଆଜି ସକାଳେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ଏବଂ ଜଣେ ୨୯ ବର୍ଷ ବୟସ୍କ ଯୁବକ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜଣେ କପିଳପ୍ରସାଦ ହାଉସିଂ ବୋର୍ଡର ବାସିନ୍ଦା ହୋଇଥିବା ବେଳେ ସେ ଅଷ୍ଟ୍ରେଲିଆରୁ ଫେରି ହୋମକ୍ୱାରେଣ୍ଟାଇନରେ ଥିଲେ। ଅନ୍ୟ ଜଣକ ବମିଖାଲରୁ ଚିହ୍ନଟ ହୋଇଥିଲେ। ବମିଖାଲର ଏହି ୨୯ ବର୍ଷିଅ ଯୁବକଙ୍କ ପରିବାରର ଦୁଇ ଜଣ ପ୍ରଥମେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ଦିନରେ ୧୮ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହେବା ଓଡ଼ିଶା ପାଇଁ ଏକ ରେକର୍ଡ । ପୂର୍ବରୁ ଗତ ୩ ତାରିଖରେ ୧୫ଟି ପଜିଟିଭ୍ ସାମ୍ନାକୁ ଆସିଥିଲା । ଓଡ଼ିଶାରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସରକାରଙ୍କ ଚିନ୍ତା ବଢାଇଦେଇଛି । ଫଳରେ ଆଗକୁ କଟକଣା ବଢାଯିବାର ଆଶଙ୍କା ଦେଖାଦେଇଛି । ଗତ ଶୁକ୍ରବାରଠାରୁ ରାଜ୍ୟ ସରକାର ଘୋଷଣା କରିଥିବା ସଟଡାଉନ ରବିବାର ରାତି ୮ଟାରେ ଶେଷ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ କେରାନା ସଂକ୍ରମିତ ସଂଖ୍ୟା ୩୯ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।