କରୋନା ମହାମାରୀ : ରାସ୍ତା ଧୋଇ ସାନିଟାଇଜେସନ କଲା ପ୍ରଶାସନ

ରାୟଗଡା,ଏନ୍ଏନ୍ଏସ୍ : କରୋନା ମହାମାରୀ ରୋଗ ସମସ୍ତଙ୍କୁ ଆତଙ୍କିତ କରିଥିବାବେଳେ ଏଥିରୁ ଲୋକଙ୍କୁ ରକ୍ଷା ପାଇଁ ସଚେତନ ଓ ସତର୍କତା ପଦକ୍ଷେପ ଭାୟବହ ରୋଗଠାରୁ ନିଜକୁ ଦୂରରେ ରଖିବା ଏକମାତ୍ର ପ୍ରତିଷେଧକ ହୋଇଛି । ଏପରିସ୍ଥଳେ ଅଗ୍ନିଶମ ବିଭାଗ , ଉତ୍କଳ ଆଲୁମିନା ଏବଂ ଇମ୍ପା କାରଖାନା ମିଳିତ ଭାରେ ଜିଲ୍ଲାର ବିଭିନ୍ନ ସହରକୁ ସୋଡ଼ିୟମ ହାଇପ୍ରୋକ୍ଲୋରାଇଡ଼ ପାଣି ସିଂଚନ କରି ବିଶୋଧନ କରାଯାଉଛି । ଏଥିପାଇଁ ଉତ୍କଳ ଆଲୁମିନା ଏବଂ ଅଗ୍ନିଶମ ବିଭାଗର ଦୁଇଟି ଅଗ୍ନିବିର୍ବାପକ ଗାଡ଼ି ବ୍ୟବହୃତ ହେଉଥିବା ବେଳେ ଇମ୍ପା ପକ୍ଷରୁ ଟ୍ୟାଙ୍କର ମାଧ୍ୟମରେ ସିଚଂନ କରାଯାଉଛି ।

ପ୍ରଥମେ ଉତ୍କଳ ଆଲୁମିନାପଡ଼ରୁ ଦେରାଗୁଡ଼ , ଟିକିରି , କାଶିପୁର ପ୍ରଭୃତି ଅଚଂଳରେ ସାନିଟାଇଜେସନ କଲାପରେ ଆଜି ରାୟଗଡ଼ାର ଏଫସିଆଇ ଛକରୁ ଏହି ସାନିଟେସନ ଆରମ୍ଭ ରୋଇଛି । ଏହି କାମକୁ ନିଜେ ରାୟଗଡ଼ା ପୋରନିର୍ବାହି ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ଉପସ୍ଥିତ ରହି ତଦାରଖ କରୁଛନ୍ତି । ସେପଟେ ସହରକୁ ଦୁଇଭାଗରେ ବିଭକ୍ତ କରି କୋରାପୁଟ ଛକରୁ ଜିଲ୍ଲା ଅଗ୍ନିଶମ ଅଧିକାରି କବିନ୍ଦ୍ର ସୁନାନିଙ୍କ ନେତୃତ୍ୱରେ ବିଶୋଧନ କରାଯାଇଛି । ଆସନ୍ତାକାଲି ସହରର ଗଳିକନ୍ଦି ବିଶୋଧନ କରାଯିବ ବୋଲି ସୁଚନା ଦେଇଛନ୍ତି ରାୟଗଡ଼ା ପୋରନିର୍ବାହି ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ।

ସେପଟେ ରାୟଗଡ଼ା ସଚେତନ ଲୋକ ନିଜ ପାଶ୍ୱବର୍ତୀ ଅଚଂଳକୁ ସଫା କରୁଥିବାବେଳେ ସ୍ଥାନୀୟ ଅଚଂଳରେ କୀଟନାଶକ ସିଂଚନ କରି ସହରକୁ ସ୍ୱଚ୍ଛ କରୁଥିବା ଦେଖିବାକୁ ମିଳିଛି । କରୋନା ଭୂତାଣୁ ରାୟଗଡା ସହରକୁ ପ୍ରବେଶ ନକରିବା ପାଇଁ ଆଜି ସହରରେ ଜଣେ ସ୍ୱେଚ୍ଛାସେବୀ ଉଦୟ ପ୍ଲାଜା ଓ ଏହାର ପାଶ୍ୱବର୍ତୀ ଅଂଚଳରେ କିଟନାଶକ ସିଂଚନ କରିଥିଲେ। କେବଳ ସ୍ୱଚ୍ଛତା ହିଁ ଏଭଳି ମହାମାରୀ ରୋଗରୁ ଲୋକଙ୍କୁ ରକ୍ଷା କରିପାରିବ ବୋଲି ସ୍ୱେଚ୍ଛାସେବୀ ଜନାର୍ଦ୍ଧନ ରାଓ ମତବ୍ୟକ୍ତ କରିଛନ୍ତି ।